ଘାସ ଗାଲିଚାରେ କାକର ବିନ୍ଦୁଟି
ଆହା କି ସୁନ୍ଦର ଦିଶୁଛି
ଶୀତ ସକାଳର କଅଁଳ ଖରାରେ
ବସିବାକୁ ମଜା ଲାଗୁଛି।
ବନ୍ଧୁତାର ଅର୍ଥ ନୁହେଁ ଯେ କେବଳ
ହସ ଖୁସି ସାଥେ ବାଣ୍ଟିବା
ଜୀବନର ପ୍ରତି ବିପଦେ ଆପଦେ
ସଭିଙ୍କୁ ସାହାଯ୍ୟ କରିବା।
ବନ୍ଧୁତାର ଅର୍ଥ ନୁହେଁ ଯେ କେବଳ
ହସ ଖୁସି ସାଥେ ବାଣ୍ଟିବା
ଜୀବନର ପ୍ରତି ବିପଦେ ଆପଦେ
ସଭିଙ୍କୁ ସାହାଯ୍ୟ କରିବା।
ଜୀବନ ରାସ୍ତାରେ ଏକା ଚାଲୁଥିଲି
ସାଥୀ ହେଲ ତୁମେ ପ୍ରିୟା
ହାତ ଧରି ତୁମେ ସାଥିରେ ଚାଲିଲ
ଭୁଲିଗଲି ମୁଁ ସାରା ଦୁନିଆ।