Gouri panda Teacher New street 5th lane Jeypore, koraput
Share with friendsତୁମେ ମୋ ଅସ୍ତିତ୍ବ ର ଅସ୍ତିତ୍ବ ଆଲୋଡିତ କରେ ତୁମ ବ୍ୟକ୍ତିତ୍ୱ। ଖୋଜି ବୁଲେ ତମକୁ ମୁଁ, ସାଗରର ଢେଉରେ ଅଶନୀର ଶବ୍ଦ ରେ। କିନ୍ତୁ ତୁମେ ଛାଇଟିଏ କେଉଁ ଏକ ଦୂର ଦିଗବଳୟରେ। ନାହଁ ମୋ ହାତ ପାହାନ୍ତାରେ ନା ଅଛ ମୋ ଅନ୍ତର ବେଦନା ରେ ରହିଛ, ରହିବ କେବଳ ମୃଗତୃଷ୍ଣା ହୋଇ ମୋ ମନ ମରୁଭୂମି ର ଉତ୍ତପ୍ତ ବାଲୁକାରାଜି ରେ। **** ଗୌରୀ ପଣ୍ଡା ଜୟପୁର
ଟିକି ଶିଶୁ ବୋଲି ଭାବନାହିଁ ମୋତେ ଟିକି ରେ ନିହିତ କେତେ? ଟିକି ଶିଶୁ ହୋଇ ଗଢିଦେଇ ଗଲି କୋଣାରକ ଧୀରେ ଆସ୍ତେ। ଗୌରୀ ପଣ୍ଡା ଜୟପୁର
ଧନସମ୍ପତ୍ତି ହୋଇବ କିସ ଧନୀ ଯଦି ନାହିଁ ମନ। ଧନ ତ ଅଟେ ଦୁଇ ଦିନର ଧନ କରିଥାଏ ହୀନ। ଧନ ଲାଗି ଯେ ମନମାଳିନ୍ୟ ଧନ କରେ ଭେଦ ଜନ। ଧନ ପଛେପାଗଳ ନହୋଇ ପ୍ରଭୁ ପାଦେ ଲାଗୁ ଧ୍ୟାନ। **************** ଗୌରୀ ପଣ୍ଡା, ଜୟପୁର